Breaking PLUSଓଡ଼ିଶାମୁଖ୍ୟ ଖବର

ଯାତ୍ରୀବାହୀ ବସ୍ ଏବଂ ଟ୍ରକ ମୁହାଁମୁହିଁ ଧକ୍କା

ସୋନପୁର: ସୋନପୁର-ବଲାଙ୍ଗୀର ରାସ୍ତା ହରିଡଖୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସ୍ ଡ୍ରାଇଭର ଏବଂ ହେଲପରଙ୍କର ମୃତ୍ୟୁ ଘଟିଛି। ମୃତକ ଡମ୍ବରୁଧର ସ୍ଵାଇଁ ଏବଂ ଶିବମ୍ ଗୌଡ ବୋଲି ଜଣାପଡିଛି। ଆଜି ସକାଳେ ଯାତ୍ରୀବାହୀ ବସଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ଏତିକି ବେଳେ ହରିଡଖୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ବସଟି ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭର ଏବଂ ହେଲପରଙ୍କ ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button