Breaking PLUSଓଡ଼ିଶାମୁଖ୍ୟ ଖବର

ଅପହରଣର ୩୬ ଘଣ୍ଟା ପରେ ଭୁବନେଶ୍ୱରରୁ ଉଦ୍ଧାର ହେଲେ ନିଖୋଜ ସୁନା ବ୍ୟବସାୟୀ

ସୋର ଥାନା ଆଟପୁର ଅଞ୍ଚଳର ନିଖୋଜ ଥିବା ପ୍ରହଲ୍ଲାଦ ବେହେରା ନାମକ ଜଣେ ସୁନା ବ୍ୟବସାୟୀ ଉଦ୍ଧାର ହୋଇଛନ୍ତି । ଦୀର୍ଘ ୩୬ ଘଣ୍ଟାର ଚେଷ୍ଟା ପରେ ନିଖୋଜ ପ୍ରହଲ୍ଲାଦଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ।

ସୋର ଥାନା ଆଟପୁର ଅଞ୍ଚଳର ନିଖୋଜ ଥିବା ପ୍ରହଲ୍ଲାଦ ବେହେରା ନାମକ ଜଣେ ସୁନା ବ୍ୟବସାୟୀ ଉଦ୍ଧାର ହୋଇଛନ୍ତି । ଦୀର୍ଘ ୩୬ ଘଣ୍ଟାର ଚେଷ୍ଟା ପରେ ନିଖୋଜ ପ୍ରହଲ୍ଲାଦଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ।

ସୁନା ଗହଣା ନେବା ପାଇଁ ଦାଣ୍ଡହରିପୁରରୁ ଫୋନରେ ଡାକି ୫ ଜଣ ଯୁବକ ସିଙ୍ଗାଖୁଣ୍ଟାରେ ଜଣକ ଘରେ ଗହଣା ଛଡାଇ ମାଡ଼ ମାରିଥିଲେ। ଏହାପରେ ଛୁରୀ ଦେଖାଇ ଭୟଭୀତ କରି ଜାମୁଝଡିରେ ବାଇକ ରଖି ବସରେ ଭୁବନେଶ୍ୱର ନେଇଥିଲେ ।

ଫୋନରେ ଘର ଲୋକଙ୍କୁ ଟଙ୍କା ଆଣିକରି ଦେବାକୁ ଧମକ ଦେଉଥିଲେ । ବସରେ ମୁହଁରେ ନିଶା ସ୍ପ୍ରେ କରି ବାଣୀବିହାରରୁ ଅଟୋ ଯୋଗେ ମାଷ୍ଟରକ୍ୟାଣ୍ଟିନ ନେଉଥିବା ବେଳେ ଚେତା ଆସିବାରୁ ପ୍ରହଲ୍ଲାଦ ଷ୍ଟେସନକୁ ଖସି ଯାଇଥିଲା ।

ସୋର ପୋଲିସ୍ ଅଭିଯୋଗ ପାଇ ଘଟଣାର ତନାଘନା ଚଳାଇବା ଦେଖି ପ୍ରହଲ୍ଲାଦକୁ ଅପରାଧୀମାନେ ଭୁବନେଶ୍ୱର ଛାଡି ଫେରାର ହୋଇ ଯାଇଥିଲେ । ପ୍ରହଲ୍ଲାଦଙ୍କୁ ଭୁବନେଶ୍ଵରରୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ମହିଳା ଅଟକ ଅଛନ୍ତି।

ସୁଚନା ଅନୁସାରେ ଗୁରୁବାର ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ଓ ତାର ସ୍ତ୍ରୀ ଯୁବକ ଗହଣା କିଣିବା ବାହାନାରେ ଶୁଭମ ଜୁଏଲାରିର ମାଲିକ ପ୍ରହଲ୍ଲାଦଙ୍କୁ ଦାଣ୍ଡହରିପୁରକୁ ଡକାଇଥିଲେ। ପ୍ରହଲ୍ଲାଦ ୫୦ ଗ୍ରାମ ସୁନା ନେଇ ଏକ ବାଇକ ଯୋଗେ ଦାଣ୍ଡହରିପୁର ଯାଇଥିଲେ।

ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପ୍ରହଲ୍ଲାଦଙ୍କ ପରିବାର ଲୋକ ପ୍ରହଲ୍ଲାଦଙ୍କ ମୋବାଇଲକୁ ଫୋନ କରିବାରୁ ଫୋନଟି ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ପ୍ରହଲ୍ଲାଦଙ୍କ ଖୋଜ ଖବର ନମିଲିବାରୁ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଥିଲେ।

Show More

Related Articles

Back to top button