Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଗସ୍ତ ଅବସରରେ ରାଉରକେଲାର ଏନଆଇଟି ସମାବର୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟା ୬ଟା ରେ ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ।

ଏହାପରେ ବିମାନ ବନ୍ଦରରୁ ସିଧାସଳଖ ୬ଟା ୩୫ରେ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ। । ଏହି ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ ଓ କୋଣାର୍କ ଯିବେ। ଆସନ୍ତା ୨୧ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଦିଲ୍ଲୀରୁ ବାହାରି ଭୁବନେଶ୍ବର ରାଜଭବନରେ ପହଞ୍ଚିବେ।

ସେଠାରୁ ସକାଳ ୯ଟାରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ପରେ ଝାରସୁଗୁଡ଼ାରୁ ଅନ୍ୟ ଏକ ବିମାନରେ ଆସି ଦିନ ୧୦ଟା ୪୫ ମିନିଟ୍‌ରେ ରାଉରକେଲା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ।

ସେଠାରୁ ସିଧାସଳଖ ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବକୁ ଯିବେ। ଏନ୍‌ଆଇଟିରେ ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏଁ ରହିବାପରେ \’ରାଉରକେଲା ହାଉସ୍‌\’କୁ ଆସି ମଧ୍ୟାହ୍ନ ଭୋଜନ ଗ୍ରହଣ କରିବେ। ରାଉରକେଲା ହାଉସ୍‌ରେ କିଛି ସମୟ ବିଶ୍ରାମ ନେବାପରେ, ଅପରାହ୍ନ ଠିକ୍ ସାଢ଼େ ୩ଟାରେ ଆଇଜିଏଚ୍ ସୁପରସ୍ପେଶିଆଲିଟି ହସପିଟାଲର ଲୋକାର୍ପଣ ଉତ୍ସବରେ ଯୋଗଦେବେ।

ଅପରାହ୍ନ ୪ଟା ୪୦ ମିନିଟ୍‌ରେ ରାଉରକେଲା ଏୟାରଷ୍ଟ୍ରିପ୍‌ରୁ ଝାରସୁଗୁଡ଼ା ଦେଇ ଫେରିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button