Breaking PLUSଓଡ଼ିଶାମୁଖ୍ୟ ଖବର

ମିଳିତ ଜାତିସଂଘ ମହାସଭାରେ ଗାଜାରେ ଯୁଦ୍ଧ ବିରତି ପ୍ରସ୍ତାବ ପାରିତ

ସପକ୍ଷରେ ଭାରତ ସମେତ 153 ଦେଶ କଲେ ମତଦାନ

ମିଳିତ ଜାତିସଂଘ, 13 ଡିସେମ୍ବର – ମିଳିତ ଜାତିସଂଘର ଜରୁରୀ ବୈଠକରେ ଗାଜାରେ ତୁରନ୍ତ ଯୁଦ୍ଧ ବିରାମ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ସପକ୍ଷରେ ଭାରତ ସମେତ 153 ଦେଶ ମତଦାନ କରିଛନ୍ତି । 10 ସଦସ୍ୟ ଏହାର ବିରୋଧ କରିଛନ୍ତି । 23 ସଦସ୍ୟ ଏହି ପ୍ରକ୍ରିୟାରୁ ଅନୁପସ୍ଥିତ ରହିଥିଲେ । ମିଳିତ ଜାତିସଂଘର ସମାଚାର ସେବା ନିଜର ଏକ୍ସ ହ୍ୟାଣ୍ଡେଲ ଓ ୱେବସାଇଟରେ ଏହି ସୂଚନା ଦିଆଯାଇଛି । ମିଳିତ ଜାତିସଂଘ ସମାଚାର ସେବା ଅନୁଯାୟୀ ତୁରନ୍ତ ମାନବିକ ଅସ୍ତ୍ରବିରତି ଏବଂ ସମସ୍ତ ବନ୍ଧକଙ୍କୁ ତୁରନ୍ତ ଏବଂ ସର୍ତ୍ତମୂଳକ ମୁକ୍ତ କରିବାକୁ ଆହ୍ୱାନ କରାଯାଇଛି । ଏହି ପ୍ରସ୍ତାବରେ ସାଧାରଣ ସଭାର ଦାବିକୁ ଦୋହରାଯାଇଛି ।

Show More

Related Articles

Back to top button