Breaking PLUSଓଡ଼ିଶାମୁଖ୍ୟ ଖବର

ଭିକାରୀ ମୁକ୍ତ ହେବ ପୁରୀ ବଡଦାଣ୍ଡ, ଆରମ୍ଭ ହେଲା ଅଭିଯାନ

ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ଛୁଟି ଆସନ୍ତି ହଜାର ହଜାର ଭକ୍ତ । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଳିଆ ଦାଣ୍ଡକୁ ଭିକାରୀ ମୁକ୍ତ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ଆଜି ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଭିକାରୀ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି ।

ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଏମାନଙ୍କୁ ଉଦ୍ଧାର କରି ଉପଯୁକ୍ତ ସ୍ଥାନରେ ରଖାଯିବ । ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ବି ଦିଆଯିବ ବୋଲି ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ରେସକ୍ୟୁ ଟିମରେ ସାମିଲ ଅଛନ୍ତିା ସୁଚନା ଅନୁସାରେ, ପୁରୀକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଅନେକ ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଙ୍କୁ କରିବାକୁ ପଡିଥାଏ ଭିକାରୀମାନଙ୍କର ସାମ୍ନା ।

ଯାହାଫଳରେ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ । ପୁରୀ ସହରକୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମୂଳକ କାର୍ଯ୍ୟ ହାତକୁ ନିଆ ଯାଉଛି

Show More

Related Articles

Back to top button