ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦୀପାବଳି ଅବସରରେ ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ବଡ ଝଟକା

ମୁମ୍ବାଇ: କିଛି ବ୍ୟବହାରକାରୀଙ୍କୁ ଦୀପାବଳି ପୂର୍ବରୁ ବଡ ଝଟ୍‌କା ଦେବାକୁ ଯାଉଛି ହ୍ୱାଟ୍‌ସଆପ୍‌। ଜାଣିବାକୁ ମିଳିଛି ଯେ ଅକ୍ଟୋବର ୨୪ ତାରିଖ ପରେ ଏହି ଲୋକପ୍ରିୟ ମେସେଜିଂ ଆପ୍‌ କିଛି ଫୋନ୍‌ରେ କାମ କରିବ ନାହିଁ। ଏହି କାରଣରୁ ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀମାନେ ବିଶେଷ ଭାବେ ହଇରାଣ ହୋଇପାରନ୍ତି। କମ୍ପାନି ପକ୍ଷରୁ ସୂଚନା ମିଳିଛି ‌ଯେ କେତେକ ଆଇଫୋନ୍‌ରେ ଦୀପାବଳି ପରେ ହ୍ୱାଟ୍‌ସଆପ୍‌ ଚଳାଚଳ ବନ୍ଦ ହୋଇଯିବ। ତେବେ ଆପଣ ହୁଏତ ଏହି ଅସୁବିଧାର ସମ୍ମୁଖୀନ ହୋଇନପାରନ୍ତି। କାରଣ ହ୍ୱାଟ୍‌ସଆପ୍‌ ନିର୍ଦ୍ଦିଷ୍ଟ କେତେକ ପୁରୁଣା ଆଇଫୋନ୍‌ରେ ବନ୍ଦ ହେବାକୁ ଯାଉଛି। ଏଥିପାଇଁ ସମସ୍ତଙ୍କୁ ଏନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଯଦି ଆପଣଙ୍କ ଆଇଫୋନ୍‌ ପୁରୁଣା ଅପରେଟିଂ ସିଷ୍ଟମ୍‌ରେ କାର୍ଯ୍ୟ କରୁଛି ତ ଆପଣ ଅପ୍‌ଡେଟ୍‌ କରି ପୁଣି ଥରେ ହ୍ବାଟ୍‌ସଆପ୍‌ ବ୍ୟବହାର କରିପାରିବେ।ସୂଚନାଯୋଗ୍ୟ ଯେ, ସରକାର ଏବେ ଇଣ୍ଡିଆନ୍‌ ଟେଲି କମୁନିକେସନ୍‌ ବିଲ୍‌, ୨୦୨୨ର ଡ୍ରାଫ୍ଟ ପ୍ରସ୍ତୁତ କରି ସାରିଛନ୍ତି। ଦୂର ସଞ୍ଚାର ବିଭାଗରେ ଏବେ ଏହି ବିଲ୍‌ ସମସ୍ତଙ୍କ ପାଇଁ ଉପଲବ୍ଦ। ଯଦି ବିଲ୍‌ଟି ପାସ୍‌ ହୁଏ ତ ଦୂର ସଞ୍ଚାର ବିଭାଗ ଏହି ବିଲ୍‌ ଅନୁସାରେ ଚାଲିବ। ଏହି ବିଲ୍‌ରେ କିଛି ନୂଆ କ‌ଥା ସାମିଲ୍‌ ହୋଇଛି। ବିଲ୍‌ ଅନୁସାରେ ହ୍ବାଟ୍‌ସଆପ୍‌, ସ୍କାଇପ୍‌, ଜୁମ୍‌, ଟେଲିଗ୍ରାମ୍‌ ଏବଂ ଗୁଗୁଲ୍‌ ଡୁଓ ଆଦି କଲିଂ ଏବଂ ମେସେଜିଂ ସେବା ପାଇଁ ଲାଇସେନ୍ସ କରିବାକୁ ହେବ। ଏହାକୁ ଭାରତରେ ଅପ୍‌ଡେଟ୍‌ କରିବାକୁ ଟେଲିକମ୍‌ କମ୍ପାନି ପରି ଅପ୍‌ଡେଟ୍‌ କରିବାକୁ ପଡ଼ିବ। ଏହି କାରଣରୁ ଅନୁମାନ କରାଯାଉଛି କି ହ୍ବାଟ୍‌ସଆପ୍‌ ଓ ଅନ୍ୟ କଲିଂ ଏବଂ ମେସେଜିଂ ସେବା ପାଇଁ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼ିପାରେ।

Show More

Related Articles

Back to top button