ଅପରାଧଆଇନ କାନୁନଦେଶମୁଖ୍ୟ ଖବର

୩୫ବର୍ଷୀୟ ମହିଳାଙ୍କୁ ଗଣବଳାତ୍କାର ପରେ ହତ୍ୟା

ଜଣେ ଗିରଫ

ଦୋସା : ୩୫ବର୍ଷୀୟ ମହିଳାଙ୍କୁ ଗଣବଳାତ୍କାର ପରେ ହତ୍ୟା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାଜସ୍ଥାନର ଦୋସା ଜିଲ୍ଲାରେ । ଏନେଇ ସ୍ଥାନୀୟ ଅଞ୍ଚଳରେ  ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ପୋଲିସ୍ ଜଣକୁ ଗିରଫ କରିଛି ।

ସୂଚନା ଅନୁଯାୟୀ , ଗତ ରବିବାର ଦିନ ଜୟପୁରରୁ ଦୋସା ଲାଗି  ୩୫ବର୍ଷୀୟ ଜଣେ ମହିଳା ବସ୍ ଅଭିମୁଖେ ବାପ ଘରକୁ ଯାଉଥିଲେ । ବସ୍ ରୁ ଓହ୍ଲାଇବାପରେ ଦୋସା ନିକଟରେ ଅଭିଯୁକ୍ତମାନେ ମହିଳାଙ୍କ ନିକଟକୁ ଆସି କାରରେ ଲିପ୍ଟ ଦେବାକୁ ପ୍ରୟାସ କରିଥିଲେ । ଏହାପରେ ତାଙ୍କୁ ଏକ ଦୂର ସ୍ଥାନକୁ ନେଇ ସେଠାରେ ପ୍ରଥମେ ଗଣବଳାତ୍କାର କରି ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ମୃତ ଶରୀରକୁ କ କୂଅରେ ଫୋପାଡ଼ି ଦେଇଥିଲେ ।

ଗତ ସୋମବାର ସକାଳେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ କୂଅରୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେହିପରି ଅନ୍ୟମାନଙ୍କୁ ଗିରଫ କରାଯିବାକୁ ନେଇ ପ୍ରୟାସ ଜାରି ରହିଛି ।

 

Show More

Related Articles

Back to top button