ବାଣିଜ୍ୟ

୨୦୧୯ ତୁଳନାରେ ୨୦୨୦ ଡିସେମ୍ବରରେ ତିନି ଗୁଣ ବଢିଲା ହୋଣ୍ଡା ମୋଟର ସାଇକେଲ୍ ବିକ୍ରି

କରୋନା ଯୋଗୁଁ ଦେଶର ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ୨୦୨୦ ଡିସେମ୍ବରରେ ହୋଣ୍ଡା ମୋଟର ସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚଏମଏସଆଇ)ର ବିକ୍ରି ତିନି ଗୁଣ ବୃଦ୍ଧି ଘଟିଛି

ଗତ ବର୍ଷର ଶେଷ ମାସରେ ହୋଣ୍ଡାର ମୋଟର ସାଇକେଲ୍ ବିକ୍ରି ୨, ୬୩, ୦୧୭ରେ ପହଞ୍ଚିଛି। କମ୍ପାନୀ ୨୦୧୯ ଡିସେମ୍ବରରେ ୨,୫୫, ୨୮୩ ଗାଡି ବିକ୍ରି କରିଥିଲା।କମ୍ପାନୀ ସୋମବାର ବୟାନରେ କହିଛି, ଡିସେମ୍ବରରେ ଘରୋଇ ବଜାରରେ ଏହାର ବିକ୍ରି ପାଞ୍ଚ ପ୍ରତିଶତ ବଢି ୨,୪୨,୦୪୬ରେ ପହଞ୍ଚିଛି। ଯାହା ୨୦୧୯ ଡିସେମ୍ବରରେ ଏହି ସମାନ ଅବଧିରେ ୨,୩୦,୧୯୭ ଗାଡି ବିକ୍ରି ହୋଇଥିଲା। କମ୍ପାନୀ କହିଛି ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଘରୋଇ ବଜାରରେ କମ୍ପାନୀର ବିକ୍ରି ପାଞ୍ଚ ପ୍ରତିଶତ ବଢି ୧୧, ୪୯, ୧୦୧ରେ ରହିଛି।

ଯାହା ଗତ ଆର୍ଥିକ ବର୍ଷର ସମାନ ସମୟରେ ୧୦,୯୧,୨୯୯ ରହିଥିଲା।ବିକ୍ରିପଟାକୁ ନେଇ ଏଚଏମଏସଆଇର ନିର୍ଦ୍ଦେଶକ ଯାଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ୨୦୨୦ ଡିସେମ୍ବରରେ ରିଟେଲର ଏବଂ ଖୁଚୁରା ବିକ୍ରି ପରେ ୨୦୨୧ରେ ଏକ ନୂତନ ଆଶା ନେଇ ପ୍ରବେଶ କରିଛୁ। ଲମ୍ବା ସମୟ ପରେ ତୃତୀୟ ତ୍ରୈମାସିକରେ କମ୍ପାନୀର ସକରାତ୍ମକ ବିକ୍ରି ହୋଇଛି।

Show More

Related Articles

Back to top button