Breaking PLUSଓଡ଼ିଶାମୁଖ୍ୟ ଖବର
ରାଉରକେଲା ମିନି ବସ୍ ଦୁର୍ଘଟଣାରେ ୩କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା
ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଉ ଦୁଇ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଛନ୍ତି ୬ ଜଣ ।

ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଉ ଦୁଇ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଛନ୍ତି ୬ ଜଣ ।
ଆହତମାନଙ୍କର ରାଉରକେଲା ଆର୍ଜିଏଚ୍ରେ ଚିକିତ୍ସା ଚାଲିଛି । ଜଣେ ଶିଶୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟି ରାଉରକେଲାରୁ ଲାଠିକଟା ଯାଉଥିଲା ।