
ରାଜ୍ୟରେ ବଢିଛି ଶୀତ । ଉତ୍ତର ଦିଗରୁ କାଲୁଆ ପବନ ବହିବା ଆରମ୍ଭ ହେଲାଣି। ଆଗାମୀ ୪୮ ଘଣ୍ଟା ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଦ୍ୱାରା ଭୀଷଣ ଥଣ୍ଡା ଅନୁଭୂତ ହେବ। ରାତି ତାପମାତ୍ରା ୪-୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।ଚଳିତବର୍ଷ ରାଜ୍ୟରେ ଶୀତ ପ୍ରକୋପ କମ୍ ଅଛି ।
ଏକରକମ ହଜିଯାଇଥିଲା ଥଣ୍ଡା । ଏବେ କିନ୍ତୁ ରାଜ୍ୟ ଉପରୁ ଗୁରୁଚାପ ବଳୟ ହଟିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି ।ଏହା ପ୍ରଭାବରେ ଶୁକ୍ରବାର ରାତିରୁ ଶୀତ ବୃଦ୍ଧି ପାଇଛି । ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ଆହୁରି ଖସିବ । ତେବେ ଆଭ୍ୟନ୍ତରୀଣ ଓ ଉତ୍ତର-ପଶ୍ଚିମ ଓଡ଼ିଶାରେ ଶୀତ ପ୍ରକୋପ ଅଧିକ ରହିବ । ଉପକୂଳରେ ମଧ୍ୟ ବଢିବ ଶୀତ । ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଶୀତ ପ୍ରକୋପ ଅପରିବର୍ତ୍ତିତ ରହିବ । ଅର୍ଥାତ୍ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଶୀତକ ଲହରୀ ଜାରି ରହିବ ।