Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଅବସରରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ନିର୍ବାଚନର ସାମଗ୍ରିକ ପ୍ରସ୍ତୁତି, ନାମାଙ୍କନ ପ୍ରକ୍ରିୟା ଓ ତାରିଖ, ନିର୍ବାଚନ ତାରିଖ ଓ ସମୟ, ସୁରକ୍ଷା ବ୍ୟବସ୍ଥା, ଜବତ ହୋଇଥିବା ସାମଗ୍ରୀର ଆର୍ଥିକ ମୂଲ୍ୟ, ଭୋଟର ତାଲିକା, ମହିଳା ଭୋଟର, ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ପ୍ରତିଟି ବୁଥରେ କରାଯାଉଥିବା ଆନୁଷଙ୍ଗିକ ବ୍ୟବସ୍ଥା ଓ ତା’ର କ୍ରିୟାନ୍ୱୟନ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ।