Breaking PLUSଦେଶମୁଖ୍ୟ ଖବର

ଆଜି ସୁପ୍ରିମକୋର୍ଟରେ ଅରବିନ୍ଦ କେଜରିୱାଲଙ୍କ ମାମଲାର ଶୁଣାଣି

ନୂଆଦିଲ୍ଲୀ- ଅବକାରୀ ନୀତି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ ହାଇକୋର୍ଟ ଏପ୍ରିଲ ୯ତାରିଖରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ସୁପ୍ରିମକୋର୍ଟରେ ଆଜି ଶୁଣାଣି ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତି ମିଳୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କ ଗିରଫଦାରୀକୁ ଦିଲ୍ଲୀ ହାଇକୋର୍ଟ ବୈଧ ବୋଲି କହିଥିଲେ। ଗିରଫଦାରୀକୁ ନେଇ ସେ ଏକ ମାମଲା ଦାୟର କରିଥିବା ବେଳେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Show More

Related Articles

Back to top button