Breaking PLUSଓଡ଼ିଶାମୁଖ୍ୟ ଖବର
କାଠ ବୋଝେଇ ଟ୍ରକ ସହ ସ୍କର୍ପିଓ ଗାଡି ଜବତ, 2ଅଟକ

ଭୁବନେଶ୍ୱର/କେନ୍ଦୁଝର, 9 ମାର୍ଚ୍ଚ – କେନ୍ଦୁଝର ଜିଲ୍ଲା ଘଟଗାଁ ବନବିଭାଗ ପକ୍ଷରୁ କାଠ ବୋଝେଇ ଏକ ଟ୍ରକ ସହ ଗୋଟିଏ ସ୍କର୍ପିଓ ଗାଡି ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଏକ ଟ୍ରକ ଯୋଗେ ଘଟଗାଁ ବ୍ଲକରୁ କାଠ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ବନବିଭାଗ ଖବର ପାଇ ଘଟଗାଁ ରେଞ୍ଜରଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ୨୦ ନମ୍ବର ଜାତୀୟ ରାଜପଥର ମେଲାଣ ଗ୍ରାମ ନିକଟରେ ଟ୍ରକଟିକୁ ଜବତ କରା ଯାଇଥିଲା । ସେହିପରି ଆଜି ଭୋର ୪ଟାରେ ଏକ ସ୍କର୍ପିଓ ଗାଡ଼ିରେ କାଠ ଚାଲାଣ ହେଉଥିବା ବେଳେ ବନବିଭାଗ ମାଡି ବସିଥିଲା। ଦୁଇଟି ଗାଡିରୁ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି ।