Breaking PLUSଓଡ଼ିଶାମୁଖ୍ୟ ଖବର

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର, 23 ଜାନୁୟାରୀ – ବୌଦ୍ଧ ନଳୀକୁମ୍ପା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ଆଜି ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରେ ଗତ କିଛି ମାସ ତଳେ ମାଓବାଦୀ-ସୁରକ୍ଷା ବହିନୀ ସହ ଗୁଳିବିନିମୟ ହୋଇ ଛତ୍ରଭଙ୍ଗ ଦେଇଥିଲେ ୩୦-୪୦ ମାଓବାଦୀ । ସେଠାରେ ମାଓ କ୍ୟାମ୍ପ ଧ୍ୱଂସ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ବୌଦ୍ଧ ପୋଲିସ । ନଳୀକୁମ୍ପା ଜଙ୍ଗଲରେ ପୁଣି ମାଓବାଦୀ ସକ୍ରିୟ ଥିବା ଖବର ପାଇ ଭୋର ୫ଟାରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ଯବାନ । ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।

Show More

Related Articles

Back to top button