ଓଡ଼ିଶାଦେଶ ବିଦେଶ

କୋଭିଡ କଟକଣା ମଧ୍ୟରେ ନିରାଡ଼ମ୍ବରରେ ଛଠ୍‌ ପୂଜା ପାଳିତ

ଏହି ପର୍ବକୁ ରୀତିନୀତି ଓ ନିଷ୍ଠାର ସହିତ ପାଳନ କରିଥାନ୍ତି ଛଠ୍‌ ବ୍ରତ ଧାରୀ

ଆସ୍ଥା ଓ ବିଶ୍ୱାସର ପର୍ବ ଛଠ୍‌ ପୂଜା । ବିହାରୀ ସମ୍ପ୍ରଦାୟର ମୁଖ୍ୟ ଓ ସିପ୍ରମୁଖ ପର୍ବ। ଏହି ପର୍ବକୁ ରୀତିନୀତି ଓ ନିଷ୍ଠାର ସହିତ ପାଳନ କରିଥାନ୍ତି ଛଠ୍‌ ବ୍ରତ ଧାରୀ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଚାଲିଥାଏ ଏହି ପର୍ବ ।ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥିତ ଖଡଖାଇ ନଦୀ କୂଳରେ ବିହାରୀ ସମ୍ପ୍ରଦାୟର ଲୋକେ ପାଳନ କରିଛନ୍ତି ଛଠ ପର୍ବ।ତେବେ ୧୯୯୪ ମସିହାରୁ ଛଠ୍‌ ପୂଜା କମିଟି ମାଧ୍ୟମରେ ଧୁମଧାମରେ ଚାଲି ଆସୁଥିବା ଏହି ପୂଜା ଚଳିତବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପାଳନ ହୋଇଛି। ଖଡ଼ଖାଇ ନଦୀ କୂଳରେ ଅନ୍ୟବର୍ଷ ପରି ଭିଡ଼ ଦେଖିବାକୁ ମିଳି ନ ଥିଲା।

ଗତକାଲି ଅସ୍ତ ଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ କିନ୍ତୁ ରାତି ସାରା ଅଦିନିଆ ବର୍ଷା ଯୋଗୁଁ ସକାଳେ ସୂର୍ଯ୍ୟଙ୍କ ଦର୍ଶନ ନପାଇ ଶ୍ରଦ୍ଧାଳୁ ନିରାଶ ହୋଇ ଥିଲେ। ତେବେ କୋହଲା ପାଗ ସତ୍ତ୍ୱେ ବ୍ରତଧାରୀ ନଦୀ କୁଳରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ନିଜ ନିଜ ର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପବିତ୍ର ଦିନରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କଲେ ଛଠ୍‌ ମାତା ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

Show More

Related Articles

Back to top button