Breaking PLUSଦେଶମୁଖ୍ୟ ଖବର
ଗାଜାର ଅଲ୍ ଶିଫା ହସ୍ପିଟାଲରୁ 31 ନବଜାତ ଶିଶୁଙ୍କୁ ନିଆଗଲା ରାଫା

ଗାଜା, 20 ନଭେମ୍ବର – ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁ ଗାଜାରେ ହସ୍ପିଟାଲ ଗୁଡିକ ଏବେ ବିପଦରେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚିନ୍ତା ପରେ ଗାଜାର ବଡ ହସ୍ପିଟାଲ ଅଲ ଶିଫା ହସ୍ପିଟାଲରୁ ବହୁତ ଗମ୍ଭୀର ଅବସ୍ଥାରେ 31ଜଣ ନବଜାତଙ୍କୁ ଦକ୍ଷିଣରେ ରାଫା ଅଲ-ହେଲାଲ ଅମିରାତି ମାଟରନିଟି ହସ୍ପିଟାଲ, ଫାଲେଷ୍ଟାଇନ ରେଡ୍ କ୍ରିସେଣ୍ଟ ସୋସାଇଟି ଓ ଡବ୍ଲୁଏଚଓ ନିଆଯାଇଛି ।
କିଛିଦିନ ହେବ ଏହି ହସ୍ପିଟାଲ ପରିସର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାପରେ ଅଲ୍ ଶିଫା ହସ୍ପିଟାଲରୁ 291 ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଯେଉଁଥିରେ କି 31ଜଣ ନବଜାତ ଶିଶୁ ରହିଛନ୍ତି ।