ଓଡ଼ିଶା

ବସ୍ ମାଲିକ ସଂଘ ସହ ଆଲୋଚନା କରିବେ ସରକାର

ଆଜି ରାଜ୍ୟ ସରକାରଙ୍କ ଆଲୋଚନା କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ ମାଲିକ ସଂଘର ବିଭିନ୍ନ ଦାବି ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିବ ବୈଠକ । ସୂଚନା ଅନୁସାରେ ପୂର୍ବରୁ ସରକାରଙ୍କ ‘ଲକ୍ଷ୍ମୀ ବସ’ ଯୋଜନାକୁ ବିରୋଧ କରି ଧର୍ମଘଟ ନେଇ ଡ଼ାକରା ଦେଇଥିଲା ଘରୋଇ ବସ ମାଲିକ ସଂଘ ।  ସରକାର ଦାବି ନ ମାନିଲେ ରାଜ୍ୟରେ ସମସ୍ତ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ସଂଘର ଚେତାବନୀ ପରେ ମଧ୍ୟ ସରକାର ଦାବି ନ ମାନିବା ସହ ଆଲୋଚନାକୁ ମଧ୍ୟ ଡାକି ନଥିଲେ । ଫଳରେ ଗତ ୨୦ ତାରିଖରେ ଧର୍ମଘଟ କରିଥିଲା ବସ ମାଲିକ ସଂଘ। ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରାଯାଇଥିଲା। ଫଳରେ ଧର୍ମଘଟ ଯୋଗୁଁ ହନ୍ତସନ୍ତ ହୋଇଥିଲା ବହୁ ଯାତ୍ରୀ । ପରେ ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଅକ୍ଟୋବର ୩୧ ତାରିଖ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଥିଲା ସଂଘ। ତେବେ ଏନେଇ ଆଜି ଖାରବେଳ ଭବନରେ ବସିବାକୁ ଥିବା ବୈଠକରେ ବସ ମାଲିକ ସଂଘର ବିଭିନ୍ନ ଦାବି ନେଇ ଆଲୋଚନା କରାଯିବ । ଏଥିରେ ନଗର ଉନ୍ନୟନ୍ ସଚିବ, ପରିବହନ କମିଶନର, କ୍ରୁଟ ସିଏମଡ଼ି (CMD), ବସ୍ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

Show More

Related Articles

Back to top button