ଓଡ଼ିଶା
ଓଡ଼ିଶାର ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କର ଗତ ଶନିବାର ରାତିରେ ଭୁବନେଶ୍ୱର ଏମ୍ସରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସୂଚନା ଅନୁସାରେ ସେ ଫୁସ୍ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡ଼ ଭାଇ ବିଷ୍ଣୁ ଚରଣ ବେହେରା ଓ ପତ୍ନୀ ଜୟଶ୍ରୀ ପରିଡ଼ା ଉପସ୍ଥିତ ଥିଲେ। ଖବର ପାଇ ପ୍ରଧାନ ମହାଲେଖାକାର (ଅଡିଟ୍) ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଏମ୍ସରେ ପହଞ୍ଚିଥିଲେ।ଅନନ୍ତ କିଶୋର ବେହେରା କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।