Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
14ଦିନ ବିଚାର ବିଭାଗୀୟ ହାଜତରେ ସୁଖପାଲ
ନୂଆଦିଲ୍ଲୀ- ଜେଲ ଗଲେ ସୁଖପାଲ ସିଂ । ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ଦୁଇ ଦିନର ପୋଲିସ ହେପାଜତ ଶେଷ ହେବା ପରେ, କଡା ସୁରକ୍ଷା ମଧ୍ୟରେ ଖେରାଙ୍କୁ ଜଲାଲାବାଦସ୍ଥିତ କୋର୍ଟରେ ହାଜର କରାଯାଇଥିଲା। ଭୁଲାଥରୁ ବିଧାୟକ ଥିବା ଖେରାଙ୍କୁ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରୁ ଗୁରୁବାର ଗିରଫ କରାଯାଇଥିଲା।
ଡେପୁଟି ଇନ୍ସପେକ୍ଟର ଜେନେରାଲ ପୋଲିସ ସ୍ବପନ ଶର୍ମାଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳର ଯାଞ୍ଚ ପରେ ଖେରାଙ୍କୁ ୨୦୧୫ ଡ୍ରଗ ମାମଲାରେ ଗିରଫ କରାଯାଇଥିଲା। ଏହି ଡ୍ରଗ ସମ୍ବନ୍ଧୀୟ ମାମଲା ମାର୍ଚ୍ଚ ୨୦୧୫ରେ ଫାଜିଲ୍କାର ଜାଲାଲବାଦରେ ପଞ୍ଜିକୃତ ହୋଇଥିଲା।