କଟକ ନେତାଜୀ ବସ୍ ଟର୍ମିନାଲର ଲୋକାର୍ପଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ଣରେ ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି । ୯୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମିତ ହୋଇଛି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟ ମା’ କଟକ ଚଣ୍ଡୀ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ କଟକ ସହର ଏକ ପବିତ୍ର ମାଟି । ଯେଉଁ ମାଟିରେ ନେତାଜୀ ସୁବାଷଙ୍କ ଠାରୁ ଆରମ୍ଭ କରି ବହୁ ସଂଗ୍ରାମୀ ଜନ୍ମ ଗ୍ରହଣ କରିଥିଲେ। ୫- ଟି କାର୍ଯ୍ୟକ୍ରମରେ କଟକ ସହରର ବିକାଶ ଘଟିଛି। କଟକ ମୋର ଜନ୍ମଭୁମି ଓ କଟକ ପ୍ରତି ମୋର ସ୍ବତନ୍ତ୍ର ଆକର୍ଷଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ନୂଆ ବସଷ୍ଟାଣ୍ଡରୁ ପୁରୀକୁ ପ୍ରଥମ ବସ୍ ଯାତ୍ରା କରିଥିଲା । ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଯାତ୍ରାର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ବସ୍ ଷ୍ଟାଣ୍ଡର ଲୋକାର୍ପଣ କରିବା ପରେ ଏହାର ବିଶ୍ରାମ ସ୍ଥଳୀ ଆହାର କେନ୍ଦ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପ୍ରତିଦିନ ଏଠାରୁ ୫୦୦ ରୁ ଉର୍ଦ୍ଧ୍ବ ବସ୍ ଯାତାୟାତ କରିପାରିବ । ୯୦ ଟି ବସ୍ ଏକକାଳୀନ ରହିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହି ଭଳି ଏଠାରେ ଆହାର କେନ୍ଦ୍ରରେ ୫ ଟଙ୍କାରେ ଯାତ୍ରୀମାନେ ଭୋଜନ ପାଇ ପାରିବେ। ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ମିଶନ ଶକ୍ତି କାଫେ, ଏଟିଏମ୍ ,ମୋବାଇଲ ଚାର୍ଜିଂ ପଏଣ୍ଟ, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି। ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ପୋଲିସ ଆଉଟ ପୋଷ୍ଟ ରହିବ।