Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି
ସେପ୍ଟେମ୍ବର 13ଯାଏ ଜେଲରେ ରହିବେ ଇମ୍ରାନ୍ ଖାଁ
ସାଇଫର୍ ମାମଲାରେ ଏକ ସ୍ବତନ୍ତ୍ର ଅଦାଲତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କର ‘ଜୁଡିସିଆଲ୍ ରିମାଣ୍ଡ୍’ ଆଉ ୨ ସପ୍ତାହ ବୃଦ୍ଧି କରିବାରୁ ସେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଜେଲ୍ରେ ରହିବେ ବୋଲି ସୂଚନା ମିଳିଛି ।
ଅଗଷ୍ଟ ୫ ତାରିଖରେ ଜିଲ୍ଲା ଅଦାଲତ ତୋଶାଖାନା ମାମଲାରେ ଖାଁଙ୍କୁ ୩ ବର୍ଷ ଜେଲ୍ଦଣ୍ଡାଦେଶ କରିଥିଲେ। କିନ୍ତୁ, ଇସ୍ଲାମାବାଦ ହାଇକୋର୍ଟ ଏହି ଦଣ୍ଡାଦେଶକୁ ରଦ୍ଦ କରି ତାଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଥିବା ବେଳେ ‘ସାଇଫର୍’ ମାମଲା ପାଇଁ ସେ ଜେଲ୍ରେ ଥିଲେ।
ଏହି କେବୁଲ୍ ହଜିବା ଘଟଣାରେ ଦୀର୍ଘ ଦିନରୁ ଖାଁ’ଙ୍କୁ ‘ବିଦେଶୀ ଷଡ଼ଯନ୍ତ୍ର’ କରିଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ମାମଲାରେ ସୋମବାର ଦିନ ମଧ୍ୟ ଅଦାଲତ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କ୍ୟୁରେସିଙ୍କ ରିମାଣ୍ଡ୍ ୨ ଦିନ ବୃଦ୍ଧି କରିଥିଲେ। ତାଙ୍କୁ ଅଗଷ୍ଟ ୧୯ ତାରିଖରେ ଗିରଫ କରାଯାଇଥିଲା।