କାଜୁ ଖାଇବା ଦ୍ୱାରା ଓଜନ ବଢିଥାଏ ନା କମିଥାଏ : ପଢନ୍ତୁ ସମ୍ପୂର୍ଣ୍ଣ ଖବର

କାଜୁ ଭିନ୍ନ ସ୍ଵାଦ ପୁଷ୍ଟିକର ମୂଲ୍ୟ ପାଇଁ ବହୁତ ପ୍ରସିଦ୍ଧ। କିନ୍ତୁ ସମସ୍ତଙ୍କ ମନରେ ଏକ ଧାରଣା ଅଛି ଯେ କାଜୁ ବାଦାମ ଖାଇବା ଦ୍ଵାରା ଆମର ଓଜନ ବଢ଼ିଥାଏ। ତାହା ସତ ନା ମିଛ। ତେବେ ଚାଲନ୍ତୁ ଜାଣିବା କାଜୁର ଗୁଣ ସମ୍ପର୍କରେ।
ଦୈନନ୍ଦିନ ଜୀବନରେ କାଜୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏଥିରେ ସମସ୍ତ ପ୍ରକାର ପୋଷକ ତତ୍ତ୍ଵ ଯେପରିକି ଚର୍ବି, ପ୍ରୋଟିନ, ଡ଼ାଏଟାରୀ ଫାଇବର, ଭିଟାମିନ ରହିଥାଏ। କାଜୁ ରେ କ୍ୟାଲୋରୀ ଥିବା ସତ୍ତ୍ୱେ ମଧ୍ୟ ଏହା ପୁଷ୍ଟିକର ଅଟେ। ଆହୁରି ମଧ୍ୟ କାଜୁ ରେ ଚର୍ବି ବହୁତ ଅଧିକ ଥାଏ। ଯାହାକି ହାର୍ଟ(Heart) ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ ଏହି ଚର୍ବି ପେଟ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଯେଉଁଥିପାଇଁ ଅତ୍ୟଧିକ ଭୋକ ମଧ୍ୟ ହୁଏ ନାହିଁ । ତେଣୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରେ କାଜୁ ବାଦାମ ଖାଇଲେ ହଜମ ପ୍ରକ୍ରିୟା ପାଇଁ ଖୁବ ଭଲ ସାବସ୍ଥ୍ୟ ହୁଏ ।
କାଜୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ହୃଦୟ ଜନିତ ସମସ୍ୟା ରୋଗ ର ଆଶଙ୍କା ମଧ୍ୟ କମାଇଥାଏ। ଯଦି ଆପଣ କାଜୁ ଖାଉଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଓଜନ ମଧ୍ୟ କମାଇ ପାରିବେ।
କାଜୁ ରେ ଡାଏଟାରୀ ଫାଇବର ରହିଥିବା ହେତୁ ତାହା ହଜମ ଜନିତ ସମସ୍ୟା କୁ ଦୂର କରିଥାଏ। କାଜୁ ଏକ ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ହୋଇଥିବାରୁ ଏଥିରେ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଥାଏ। ଯାହାକି ରକ୍ତ ର ଚିନି ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ଆହୁରି ମଧ୍ୟ କାଜୁ ରେ ଅନେକ ଭିଟାମିନ ରହିଛି ଯେପରିକି ମ୍ୟାଗ୍ନେସୀୟମ୍ ଏବଂ ଆଇରନ ଯାହା ସ୍ବାସ୍ଥ୍ୟ କୁ ସମର୍ଥନ କରେ ଏବଂ ଶକ୍ତି ବୃଦ୍ଧି କରିଥାଏ। ତେବେ ପ୍ରତ୍ୟେକ ଦିନ ଖାଦ୍ୟରେ କାଜୁ ନେବା ସ୍ୱାସ୍ଥ୍ୟ ପାଇଁ ଭଲ।