କର୍ତ୍ତବ୍ୟରେ ଅବହେଳା ପଡିଲା ଭାରି, ନିଲମ୍ବିତ ହେଲେ କୋଣାର୍କ ଥାନା ଏସଆଇ
କର୍ତ୍ତବ୍ୟରେ ଅବହେଳା ପଡିଲା ଭାରି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଛନ୍ତି କୋଣାର୍କ ଥାନା ଏସଆଇ ଦିଲ୍ଲୀପ କୁମାର ବେହେରା । ସୂଚନାନୁସାରେ, ବିଭିନ୍ନ ସମୟରେ ପୁଲିସ ସେବା ନିୟମର ଖୋଲା ଉଲ୍ଲଂଘନ ସାଙ୍ଗକୁ ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ଅଭିଯାଗରେ ପୁରୀ ଏସ୍ପି ଅଖିଳେଶ୍ୱର ସିଂ କୋଣାର୍କ ଥାନାରେ କାର୍ଯ୍ୟରତ ଏସ୍ଆଇ ଦିଲୀପ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଗତ ଅଗଷ୍ଟ ମାସ ୨୪ତାରିଖ ଦିନ କୋଣାର୍କର ଜଣେ ବ୍ୟକ୍ତିଙ୍କୁ କୌଣସି କାରଣ ନଥାଇ ରାସ୍ତାରୁ ଉଠାଇ ନେଇ ଥାନା ପରିସରରେ ଏସଆଇ ମାଡ଼ ମାରି ଲହୁଲୁହାଣ କରିଥିଲେ । ଘଟଣା ସମ୍ପର୍କରେ ବିଭିନ୍ନ ସଂଗଠନ ପକ୍ଷରୁ କୋଣାର୍କ ଥାନା ଅଧିକାରୀଙ୍କ ଜରିଆରେ ପୁରୀ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଆହୁରି ମଧ୍ୟ ସଂପୃକ୍ତ ଏସ୍ଆଇ ବିଭିନ୍ନ ସମୟରେ ଆଇନ ଉଲ୍ଲଂଘନ କରିବା ସହ ସାଧାରଣ ଲୋକଙ୍କ ଉପରେ ଦବଙ୍ଗଗିରି ଦେଖାଉଥିବା ସମ୍ପର୍କରେ ଏସ୍ପିଙ୍କ ନିକଟରେ ବାରମ୍ୱାର ଅଭିଯୋଗ ହୋଇଥିଲା । ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି ।