Breaking PLUSଦେଶ ବିଦେଶମୁଖ୍ୟ ଖବର
ଦେଶରେ ବଢୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୪୭,୬୩୮ ଜଣ ନୂତନ କରୋନା ରୋଗୀ ଚିହ୍ନଟ
ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ପୁଣି ଥରେ ସାମାନ୍ୟ ହ୍ରାସ ପାଇଛି

ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ପୁଣି ଥରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଆଉ ୪୭ ହଜାର ୬୩୮ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ପଜିଟିଭ୍ କେସ୍ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪ ରେ ପହଁଞ୍ଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୭୦ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କରୋନାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୪ ହଜାର ୯୮୫ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସୁସ୍ଥ ସଂଖ୍ୟା ୭୭ ଲକ୍ଷ ୬୫ ହଜାର ୯୬୬ ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ୍ ରହିଛି ୫ ଲକ୍ଷ ୨୦ ହଜାର ୭୭୩ ।