Breaking PLUSଓଡ଼ିଶାମୁଖ୍ୟ ଖବର
ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩, ସମସ୍ତଙ୍କୁ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା

ଭୁବନେଶ୍ୱର, ୦୧/୨୩ : ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୨ । ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ସମସ୍ତଙ୍କ ମନରେ ଆନନ୍ଦର ଲହରୀ। ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ସମସ୍ତଙ୍କ ମନରେ ଉଦ୍ଦୀପନା। ତେବେ ଚାଲନ୍ତୁ ଉତ୍ସାହର ସହ ନବବର୍ଷକୁ ସ୍ବାଗତ କରିବା। ଉତ୍କଳ ପ୍ରହରୀ ପରିବାର ତରଫରୁ ସମସ୍ତ ପାଠକ ପାଠିକାମାନଙ୍କୁ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଜୀବନରେ ଖୁସି ଭରିଦିଅନ୍ତୁ।