ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାରେ ଢିଲା, ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୮/୧୨ : ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାରେ ଢିଲା। ଗୃହ ମନ୍ତ୍ରାଳୟକୁ ଚିଠି ଲେଖି ଜଣାଇଲେ କଂଗ୍ରେସ ମହାସଚିବ। ଦିଲ୍ଲୀରେ ଭାରତ ଯୋଡ଼ ଯାତ୍ରା ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାରେ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
କଂଗ୍ରେସର ଅଭିଯୋଗ ଅନୁଯାୟୀ, ଡିସେମ୍ଵର ୨୪ରେ ଦିଲ୍ଲୀରେ ଭାରତ ଯାତ୍ରା ଯୋଡ଼ ଯାତ୍ରା ପହଞ୍ଚିଥିଲା। ଏହି ସମୟରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ବହୁ ଥର ରାହୁଲଙ୍କ ଚାରିପାଖରୁ ଭିଡ଼ ହଟାଇବାରେ ପୋଲିସ ବିଫଳ ହୋଇଛି। ରାହୁଲ ଗାନ୍ଧିଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ମିଳିଛି। ତଥାପି ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଢିଲା ହେଉଛି। ଯାହାଫଳରେ କଂଗ୍ରେସ କର୍ମୀଙ୍କୁ ସୁରକ୍ଷା ଘେରା କରିବାକୁ ପଡିଥିଲା।
କେସି ବେଣୁଗୋପାଳ ଚିଠିରେ ଲେଖିଛନ୍ତି ଯେ, ଦିଲ୍ଲୀ ପୋଲିସ ମୁକ ଦର୍ଶକ ପାଲଟୁଛି। ଧାରା ୧୯ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଅଭିବ୍ୟକ୍ତିର ଅଧିକାରରେ କୌଣସି ପ୍ରକାରର ଯାତ୍ରା କିମ୍ଵା ପ୍ରଦର୍ଶନ କରିପାରିବ। କଂଗ୍ରେସ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କୁ ହରେଇଛି। ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜନୀତି ନହେଉ।