Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦରେ ହେବ ଅଣ୍ଡରୱାଟର ସର୍ଭେ, ଫାଟ ମରାମତି କରିବେ ବିଶେଷଜ୍ଞ ଟିମ୍

ସମ୍ଵଲପୁର, ୨୮/୧୨ : ହୀରାକୁଦ ଜଳଭଣ୍ଡାରରେ ଜାନୁଆରୀରୁ ହେବ ଅଣ୍ଡରୱାଟର ସର୍ଭେ। ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉପରମୁଣ୍ଡରୁ ଜଳପ୍ରବେଶ ଶୂନ ରହିଥିବା ସୂଚନା ମିଳିଛି। ତେବେ ଅଣ୍ଡରୱାଟର ସର୍ଭେ କରି ବନ୍ଧର ଫାଟ ଖୋଜି ବିଶେଷଜ୍ଞ ମରାମତି କରିବେ ବୋଲି ଜଣାପଡିଛି। ସିଏସଏମଆରଏସକୁ ବନ୍ଧ କର୍ତ୍ତୃପକ୍ଷ ଫାଟ ଅନୁଧ୍ୟାନ ସହ ମରାମତି ପାଇଁ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ୯୦ ଦଶକରେ ଦେଖାଯାଇଥିବା ଫାଟର କରି ମିଟିନ ପିଛା ୧୩୦୦ ଲିଟର ଲିକେଜ୍ ପାଣିକୁ ହ୍ରାସ କରି ୧୩୦ ଲିଟରରେ ସୀମିତ ରଖାଯାଇଥିଲା। ସେହିପରି ୨୦୧୫-୧୬ରେ ଅଣ୍ଡରୱାଟର ସର୍ଭେ କରାଯାଇ ଆବିଷ୍କାର ଫାଟକୁ ୨୦୧୮ରେ ମରାମତି କରାଯାଇ ୭୦ ଲିଟର ଲିକେଜରେ ସୀମିତ ରଖାଯାଇଥିଲା। ବର୍ତ୍ତମାନ ଏହାକୁ ଶୂନ ଲିକେଜରେ ରଖାଯିବା ପାଇଁ ଚେଷ୍ଟା କରାଯିବ।

Show More

Related Articles

Back to top button