ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ବ୍ୟବସାୟୀ ଅମୀୟକାନ୍ତ ଦାସ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଛି ଇଡି। ଇଡିରୁ ସମନ ପାଇ ଆଜି ହାଜର ହୋଇଛନ୍ତି ବ୍ୟବସାୟୀ ଅମୀୟକାନ୍ତ ଦାସ ।  ସେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିଲେ । ତେବେ ସେ କେଉଁ କାରଣ ପାଇଁ ଏତେ ଟଙ୍କା ପଠାଇଥିଲେ, ସେ ନେଇ ଇଡି ତନାଘନା କରୁଛି ।

ଅମୀୟକାନ୍ତ ଦାସ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ । ୨୦୨୧-୨୨ରେ ତାଙ୍କ ସଂସ୍ଥାର ଚେକ୍‌ରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା। ତେବେ ବ୍ୟବସାୟିକ ସମ୍ପର୍କରୁ ନା ଅନ୍ୟ କୌଣସି କାରଣରୁ ଅମୀୟକାନ୍ତ ଏହି ଟଙ୍କା ଦେଇଥିଲେ ସେ ନେଇ ତଦନ୍ତ କରୁଛି ଇଡି ।

ସେପଟେ ଇଡିରେ ଆଜି ହାଜର ହୋଇପାରନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ତାଙ୍କୁ ହାଜର ପାଇଁ ସମନ କରିଛି ଇଡି । ପୂର୍ବରୁ ସମନ ସତ୍ତ୍ୱେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହୋଇ ନ ଥିଲେ ଅକ୍ଷୟ ପରିଜା।

ଅର୍ଚ୍ଚନା ତାଙ୍କୁ ୩ କୋଟି ଟଙ୍କା ମାଗି ବ୍ଲାକମେଲ୍‌ କରୁଥିବା ନେଇ ଅକ୍ଷୟ ପରିଜା ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ବ୍ଲାକମେଲ୍‌ କୁଇନ୍‌ କ’ଣ ପାଇଁ ଜଣେ ପ୍ରତିଷ୍ଠିତ ପ୍ରଡ୍ୟୁସରଙ୍କୁ ଏତେ ମୋଟା ଅଙ୍କର ଟଙ୍କା ମାଗୁଥିଲେ, ଏହା ପଛରେ ରହସ୍ୟ କ’ଣ ସେ ନେଇ ଅକ୍ଷୟ ପରିଜାଙ୍କୁ ପଚାରିବ ଇଡି।

ଅର୍ଚ୍ଚନା ନାଗର ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଆଉ ୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଇଡି । ପୂର୍ବରୁ ୧୦ ଦିନ ରିମାଣ୍ଡ ଅବଧି ସମୟରେ ଖଗେଶ୍ୱର ନିକଟରୁ ଇଡି ସବୁ ସତ ଓଗାଳି ପାରି ନ ଥିବା ସୂଚନାମିଳିଛି। ତେଣୁ ତାଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେଇ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଗତ ୫ ବର୍ଷରେ ଅର୍ଚ୍ଚନା ଆକାଉଣ୍ଟକୁ ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆସିଛି । କ୍ୟାସ ଆକାରରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା କୁହାଯାଉଛି  । ବହୁ ରାଜନେତା, ବିଲ୍ଡର, ବ୍ୟବସାୟୀ ଓ କିଛି କମ୍ପାନୀ ମାଲିକ ଏହି ଟଙ୍କା ପଠାଇଥିବା କୁହାଯାଉଛି। ତେଣୁ କେଉଁ ଉଦ୍ଦେଶ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ଟଙ୍କା ପଠାଇଛନ୍ତି, ସେନେଇ ୧୫ଜଣଙ୍କୁ ସମନ ଜାରି କରାଯାଇଛି ।

ଦୀର୍ଘ ଦିନ ପରେ ବି ଅର୍ଚ୍ଚନାଙ୍କ ରହସ୍ୟ ଏଯାଏ ସମ୍ପୂର୍ଣ୍ଣ ଫିଟି ପାରିନି। ଏହି ବ୍ଲାକମେଲ କୁଇନ୍‌ଙ୍କ ନାଗ ଫାଶରେ ଆଉ କିଏ କିଏ ପଡ଼ିଛନ୍ତି, ତାହା ଏ ଯାଏ ଲୋକଲୋଚନକୁ ଆସିନି।

Show More

Related Articles

Back to top button