ଓଡ଼ିଶା

ଶୀତଦିନେ ଡ୍ରାଏ ସ୍କିନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ରାଜ୍ୟରେ ଶୀତ ଅନୁଭୂତ ହେଲାଣି । ଏହିଦିନେ ଅନେକ ପ୍ରକାରର ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଯେପରିକି ପାଦ ଫାଟିବା,ଓଠ ଶୁଖା ଏବଂ ଶରୀର ସୁସ୍କ ହୋଇଯାଏ । ଯେଉଁଥି ପାଇଁ କଷ୍ୟ ଅନୁଭବ ହେବାସହ ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ଏସବୁରୁ ରକ୍ଷା ପାଇବା ପାଇଁ ସଠିକ୍ ଯତ୍ନ ନେବା ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା ଶୀତ ଦିନେ କେତେକ ଉପାୟ ଦ୍ୱାରା ଆପଣ ଚର୍ମରେ କୋମଳତା ବଜାୟ ରଖିପାରିବେ।

-ଶୀତଦିନେ ଚର୍ମର ସବୁଠାରୁ ବଡ ସମସ୍ୟା ହେଉଛି ଚର୍ମର ଶୁଷ୍କତା। ତେଣୁ ଆପଣ ଏପରି ଏକ ମଶ୍ଚରାଇଜର ବ୍ୟବହାର କରନ୍ତୁ ଯେଉଁଥିରେ ଭିଟାମିନ୍ ଇ ଥିବ। ଦିନରେ ଅତି କମରେ ୩-୪ ଥର ମଶ୍ଚରାଇଜର ବ୍ୟବହାର କରନ୍ତୁ।

-ଶୀତଦିନେ ଗାଧୋଇବା ପାଇଁ ଗରମ ପାଣି ଅଧିକ ବ୍ୟବହାର କରାଯାଏ। କିନ୍ତୁ ଗରମ ପାଣି ଶୁଷ୍କ ଚର୍ମର ସବୁଠାରୁ ବଡ କାରଣ ହୋଇପାରେ।

-ଗ୍ରୀଷ୍ମ ଋତୁରେ ଶରୀରକୁ ଅଧିକ ଜଳ ଆବଶ୍ୟକ ବୋଲି ସମସ୍ତେ ଭାବନ୍ତି, କିନ୍ତୁ ତାହା ନୁହେଁ। ଶୀତ ଦିନେ ମଧ୍ୟ ଶରୀରକୁ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ। ଏହା ଶରୀରକୁ ହାଇଡ୍ରେଟ୍ ରଖେ। ପ୍ରତିଦିନ ଅତି କମରେ ୧୦ ରୁ ୧୨ ଗ୍ଲାସ୍ ପାଣି ପିଅନ୍ତୁ।

-ଶୀତ ଋତୁରେ ସାବୁନର ବ୍ୟବହାର କମ୍ କରିବା ଉଚିତ୍। ଯଦି ଆପଣଙ୍କର ତ୍ୱଚା ଅତ୍ୟଧିକ ଶୁଖିଲା ଅଛି, ତେବେ ସ୍କ୍ରବ୍ କରିବା ମଧ୍ୟ ବନ୍ଦ କରନ୍ତୁ। ସ୍କ୍ରବ୍ ତେଲିଆ ଚର୍ମ ଉପରେ ଅଧିକ ପ୍ରଭାବଶାଳୀ ହୋଇଥାଏ।

-ଚର୍ମରେ କୋମଳତା ବଜାୟ ରଖିବା ପାଇଁ ରାତିରେ ଶୋଇବା ପୂର୍ବରୁ ହାତ ଓ ପାଦ ଧୋଇ କୌଣସି ଭଲ କ୍ରିମ୍ ବ୍ୟବହାର କରନ୍ତୁ।

-ଶୀତଦିନେ ସ୍କିନକୁ ଗ୍ଲୋଇଂ କରିବା ପାଇଁ, ଆପଣ ଗ୍ରହଣ କରୁଥିବା ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ହେବା ଆବଶ୍ୟକ । ସ୍କିନ୍ ପାଇଁ ଓମେଗା ଫ୍ୟାଟି ଏସିଡ୍ ଲାଭଦାୟକ ହୋଇଥାଏ।

-ଚର୍ମର ଶୁଷ୍କତାକୁ ଦୂର କରିବା ପାଇଁ, ଆପଣ ହାତରେ ଲେମ୍ବୁ ଏବଂ ଚିନିର ମିଶ୍ରଣ କିମ୍ବା ଆପଣ ମହୁ ଓ ଲେମ୍ବୁର ମିଶ୍ରଣ ମଧ୍ୟ ପ୍ରୟୋଗ କରିପାରିବେ।

Show More

Related Articles

Back to top button