ଓଡ଼ିଶା

ଗୁଜୁରାଟ ଗସ୍ତର ୨ୟ ଦିନରେ ସୋମନାଥଙ୍କୁ ପୂଜା କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ଗସ୍ତର ୨ୟ ଦିନ । ଏହି ଅବସରରେ ଆଜି ସକାଳୁ ସୋମନାଥ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ସୋମନାଥ ଦର୍ଶନ ପରେ ବେରାଭାଲରୁ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଥିଲେ ।

ତେବେ ଆଜି ବେରାଭାଲ, ଧରାଜୀ, ଅମରେଲି, ବୋଟାଡ ଜନସଭାର କର୍ମୀ ମାନଙ୍କୁ  ସମ୍ବୋଧନ କରି ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ । ସେହିପରି ଆସନ୍ତା କାଲି ମୋଦୀ ସୁରେନ୍ଦ୍ର ନଗର, ଭାରୁଚ ଏବଂ ନବସାରୀରେ ତିନୋଟି ନିର୍ବାଚନ ପ୍ରଚାରରେ ସାମିଲ ହେବେ ।

ଗୁଜରାଟ ବିଧାନସଭା ପାଇଁ ଡିସେମ୍ବର ୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଏକାଧିକ ନିର୍ବାଚନରେ ରାଲିରେ ସାମିଲ ହେବେ ।

ଏତଦବ୍ୟାତୀତ ମୋଦୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଅଂଚଳରେ ଆଠରୁ ଉଦ୍ଧ୍ୱର୍ ନିର୍ବାଚନ ସଭାରେ ଯୋଗଦେବା ସହିତ ବିଶାଳ ରୋଡ ଶୋ ମାଧ୍ୟମରେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

Show More

Related Articles

Back to top button