କନ୍ୟା ସନ୍ତାନର ମାଆ ହେଲେ ଅଭିନେତ୍ରୀ ବିପାଶା ବସୁ

ମାଆ ହେଲେ ଅଭିନେତ୍ରୀ ବିପାଶା ବସୁ । ଏକ ଶିଶୁ କନ୍ୟାର ବାପାମାଆ ବନିଛନ୍ତି ବିପାଶା ଓ କରଣ ସିଂହ ଗ୍ରୋଭର । ଖବର ପାଇବାପରେ ପ୍ରଶଂସକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ଏହି କୁନି ପରୀଟି ଆସିବା ପରେ ବିପାଶା ଓ କରଣଙ୍କ ପରିବାର ସଂପୂର୍ଣ୍ଣ ହେବା ସହ ସେମାନଙ୍କ ଘରେ ଖୁସିରେ ଭରି ଯାଇଛି।ମାଅା ହେବେ ବୋଲି ଜାଣିବା ପରେ ବିପାଶା ତାଙ୍କର ଫ୍ୟାନ୍ସମାନଙ୍କ ସହ ଟିକ୍ନିକ୍ କଥା ସବୁ ସେୟାର କରୁଥିଲେ। ଏପରିକି ସେ ନିଜର ବେବି ବମ୍ପ୍ ଦେଖାଇ କରିଥିବା ଫଟୋସୁଟ୍କୁ ବି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ।
ବଲିଉଡର ଲୋକପ୍ରିୟ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ବିବାହକୁ ୬ ବର୍ଷ ପୂରିବା ପରେ ସେମାନେ ବାପାମାଆ ବନିଛନ୍ତି। ଏହି ଦମ୍ପତି ୨୦୧୬ମସିହାରେ ବିବାହ କରିଥିଲେ। ସେବେଠାରୁ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର କେବେ ପିତାମାତା ହେବେ, ସେହି ଦିନକୁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରିଥିଲେ। ବର୍ତ୍ତମାନ ବିବାହର ୬ବର୍ଷ ପରେ, ଏହି ଦମ୍ପତି ପ୍ରଥମ ଥର ପାଇଁ ପିତାମାତା ବନିଛନ୍ତି।