ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱାସ୍ଥ୍ୟ

ଅସୁସ୍ଥ ଥିବା ଅଭିନେତ୍ରୀ ସମନ୍ଥା କହିଲେ, ମୁଁ ବଞ୍ଚିଛି

ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ସେ ଏବେ ଏକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍‌ମାନେ ବହୁ ଚିନ୍ତିତ ହୋଇପଡିଛନ୍ତି।

ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ନେଇ ସେ ଏବେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଁ ବଞ୍ଚିଛି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ସମନ୍ଥା କହିଛନ୍ତି, ତାଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ନାହିଁ। କିଛି ଦିନ ଭଲ ତ ଆଉ କିଛି ଦିନ ଖରାପ ଥାଏ। ମୁଁ ଯେଉଁ ପର୍ଯ୍ୟାୟରେ ଅଛି, ଏହା ଜୀନବ ପ୍ରତି ବିପଦ ନୁହେଁ। ମୁଁ ଏପର୍ଯ୍ୟନ୍ତ ମରି ନାହିଁ ବଞ୍ଚିଛି ବୋଲି ସେ କହିଛନ୍ତି।

 

ନିକଟରେ ସମନ୍ଥା ନିଜେ ସୋଶିଆଲ ମିଡିଆରେ ପୋଷ୍ଟ କରି ସେ ମାୟୋସାଇଟିମ୍ ନାମକ ଅଟୋ-ଇମ୍ୟୁନ୍ ରୋଗରେ ପୀଡିତ ଥିବା କହିଥିଲେ। ଡାକ୍ତରଙ୍କ କହିବାନୁସାରେ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଦୁର୍ବଳ ଅନୁଭବ କରନ୍ତି। ତାଙ୍କ ମାଂସପେଶୀରେ ଲଗାତର ଯନ୍ତ୍ରଣା ହୁଏ । ଏଥିସହ ଶରୀରର ମାଂସପେଶୀ ମଧ୍ୟ ଫୁଲି ଯାଏ।

ସମନ୍ଥା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଯଶୋଦା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ଗୁରୁତର ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ସେ ନିଜ ଫିଲ୍ମ ପ୍ରମୋସନ କରୁଛନ୍ତି। ଏହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଓ ଅନେକ ସେଲେବ୍ରିଟି ତାଙ୍କୁ ପ୍ରଶଂସା କରିଛନ୍ତି।

 

Show More

Related Articles

Back to top button