ଅପରାଧଆଇନ କାନୁନଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟ

ଚନ୍ଦ୍ରଗ୍ରହଣରେ ଭୋଜନକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ ଓ ପରମ୍ପରାବାଦୀ

ଭୂବନେଶ୍ୱର ଓ ବ୍ରହ୍ମପୁରରେ  ଚନ୍ଦ୍ରଗ୍ରହଣରେ ଭୋଜନକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ ଓ ପରମ୍ପରାବାଦୀ । ଉଭୟ ପକ୍ଷ ମଧ୍ୟରେ ଠେଲା ପେଲା ସହ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ବ୍ରହ୍ମପୁରରେ ସ୍ଥିତି ଅଧିକ ଜଟିଳ ହୋଇଛି । ହେତୁବାଦୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ହେତୁବାଦୀଙ୍କ ଖାଦ୍ୟ ସେବନସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବ୍ରାହ୍ମଣ ସମାଜ । ଟେଣ୍ଟ ଭାଙ୍ଗିବା ସହ ବ୍ୟାନର ଚିରି ଗୋବରମାଡ କରିଛନ୍ତି ପରମ୍ପରାବାଦୀ । ଫଳରେ ପୋଲିସ ପହଞ୍ଚି ଉକ୍ତ ସ୍ଥାନରେ ଲାଠିଚାର୍ଜ କରିଥଲା ।

ସେହିପରି ଭୁବନେଶ୍ବରରେ ଲୋହିଆ ଏକାଡେମୀ ନିକଟରେ ମଧ୍ୟ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି । ହେତୁବାଦୀଙ୍କୁ ତୀବ୍ର ବିରୋଧ କରିବା ସହ ଟେକା ପଥର ମାରିଛନ୍ତି ପରମ୍ପରାବାଦୀ । ଢେଲାପଥର ମାଡ଼ରେ ହେତୁବାଦୀ ଗୋଷ୍ଠୀର କିଛି ସଦସ୍ୟ ଆହତ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଛି । ହେଲେ ବିରୋଧ କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି ପରମ୍ପରାବାଦୀ ।

 

Show More

Related Articles

Back to top button