ଓଡ଼ିଶା
ଭାରସାମ୍ୟ ହରାଇ ଓଲଟିଲା ମିନିବସ,୪ଆହତ

ଭାରସାମ୍ୟ ହରାଇ ଓଲଟିଲା ମିନିବସ । ଏଭଳି ଦୂର୍ଘଟଣା ଘଟିଛି ଶେରଗଡ଼ ଥାନା ଅନ୍ତର୍ଗତ ଖମାର ନାଳ ନିକଟରେ । ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ୪ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି । ଆହାତଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ବସଟି ଆସିକାରୁ ଦିଗପହଣ୍ଡି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।