
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଆକାଶ ଏୟାର । ମଝି ଆକାଶରେ ପକ୍ଷୀ ସହ ହେଲା ଧକ୍କା । ଗୁରୁବାର ବିମାନ ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିଲାବେଳେ ଏପରି ଘଟଣା ଘଟିଛି । ଏହାପରେ ତୁରନ୍ତ ଶୀଘ୍ର ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ,ବିମାନଟି ୧୯୦୦ ଫୁଟ ଉଚ୍ଚରେ ଥିଲାବେଳେ ସେହି ସମୟରେ ବିମାନ ସହିତ ଏକ ପକ୍ଷୀ ମୁହାଁମୁହିଁ ହୋଇଥିଲେ । ଏହାପରେ ପାଇଲଟ୍ ବିମାନର ନିୟନ୍ତ୍ରଣ ବଜାୟ ରଖି ନିରାପଦରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନ ଅବତରଣ ପରେ ତୁରନ୍ତ ଯାଞ୍ଚ କରାଯାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।
ତେବେ ଏହି ଘଟଣାରେ ବିଶେଷ କ୍ଷତି ହେଇ ନାହିଁ । ଆଂଶିକ କ୍ଷତିକୁ ବର୍ତ୍ତମାନ ଠିକ କରା ଯାଇଛି । ଏହାସହ ସମସ୍ତ ଯାତ୍ରୀ ସୁରକ୍ଷିତ ମଧ୍ୟ ଅଛନ୍ତି ।