ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ : ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ତେବେ ରାତ୍ରିଯାପନ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ବାରିପଦା ଆଡୁ ୨୫ ଏବଂ ଯଶୀପୁର ଆଡୁ ୩୫ ବସ୍‌କୁ ଅନୁମତି ମିଳିବ। ସୂଚନାଯୋଗ୍ୟ, ବର୍ଷା ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଜୁନ୍‌ ୧୬ରୁ ବନ୍ଦ ରହିଥିଲା ଶିମିଳିପାଳ। ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ହୋଇଯାଏ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାମୟିକ ବନ୍ଦ କରାଯାଇଥାଏ ।

Show More

Related Articles

Back to top button