ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦୀପାବଳି ଭେଟି: ଆରମ୍ଭ ହେଲା 5G ସେବା, ଆକାଶ ଅମ୍ବାନୀ

ରାଜସ୍ଥାନରେ ଆରମ୍ଭ ହୋଇଯାଇଛି 5G ସେବା। ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଶନିବାର ନାଥଦ୍ୱାର ଟାଉନର ଶ୍ରୀନାଥଜୀ ମନ୍ଦିରରୁ ଜିଓ 5G ସେବା ଆରମ୍ଭ କରିଛନ୍ତି। ଏହି ବିଶେଷ ଅବସରରେ ଶ୍ରୀନାଥଜୀଙ୍କୁ ପୂଜା କରିବା ପରେ ଆକାଶ ଅମ୍ବାନୀ କହିଛନ୍ତି ଯେ ଆଜିଠାରୁ ଜିଓ ଟ୍ରୁ 5G ସେବା ସହିତ ନାଥଦ୍ୱାର ଠାରେ 5G ପାୱାର ୱାଇଫାଇ ସେବା ଆରମ୍ଭ ହେଉଛି। ତେବେ ଏହି 5G ସେବା ସମସ୍ତଙ୍କ ପାଇଁ ବୋଲି ସେ କହିଛନ୍ତି। ଦେଶରେ 5G ସେବା ଆରମ୍ଭ କରି ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ 5G ସେବା ଆରମ୍ଭ କରିବା ଆମର ପ୍ରୟାସ। ଏହି ଅବସରରେ ସେ ଯଥାଶୀଘ୍ର ସମଗ୍ର ଦେଶରେ ଜିଓର ଟ୍ରୁ 5G ସେବା ଆରମ୍ଭ କରିବା ବିଷୟରେ ଆଲୋଚନା କରିଛନ୍ତି। ତେବେ ଚଳିତ ବର୍ଷ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ 5G ସେବା ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହା ପୂର୍ବରୁ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡରୁ ଇସ୍ତଫା ଦେଇ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ତେବେ ଜିଓ 5G ର ଅତ୍ୟାଧୁନିକ ସଂସ୍କରଣକୁ ଷ୍ଟାଣ୍ଡାଲୋନ୍ 5G ନାମ ଦିଆଯାଇଛି। ଏନେଇ 5G ଭିତ୍ତିଭୂମିରେ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ ବୋଲି ଆକଳନ କରାଯାଇଛି।

Show More

Related Articles

Back to top button