
ଅନୁଗୋଳ ଜିଲ୍ଲା ଜରପଡା ଥାନା କୋରଡା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଚାଷୀ ଜଣକ ହେଲେ ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ ୩୮ ବର୍ଷ ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ କୋରଡା ଗ୍ରାମର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ ସକାଳେ ଘର ପଛପଟ ବାଡିରେ କଲରା ଗଛ କୁଶାକୋଡା କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଏହା ଦେଖି ପରିବାର ଲୋକମାନେ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।