Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଦୁର୍ଗାପୂଜା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବଡ ମୂର୍ତ୍ତୀ ନିର୍ମାଣ କରିଥିବା ୯ଟି ପୂଜା କମିଟିକୁ ମିଳିଲା ଅନୁମତି

କଟକ ଦୁର୍ଗାପୂଜା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କଟକ ସହରରେ ଦୁର୍ଗାପୂଜା ପାଇଁ ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି

କଟକ ଦୁର୍ଗାପୂଜା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କଟକ ସହରରେ ଦୁର୍ଗାପୂଜା ପାଇଁ ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଫଳରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ତେବେ ହାଇକୋର୍ଟ ପକ୍ଷରୁ ଦୁଇଟି ସର୍ତ୍ତ ରଖାଯାଇଛି । ଉଚ୍ଚ ମୂର୍ତ୍ତି ନିର୍ମାଣ କରିଥିବା ୯ଟି ପୂଜା କମିଟିର ମୂର୍ତ୍ତୀକୁ ପୂଜା ଶେଷ ହେବା ପରେ ପ୍ରଶାସନ ଦ୍ୱାରା ବିସର୍ଜନ କରିବାର ବ୍ୟବସ୍ଥା କରାଯିବ ଏହା ସହ ଏହି ରାୟକୁ ଆଉ କୌଣସି ମାମଲାର ଉଦାହରଣ ଭାବରେ ନିଆ ଯିବନି ବୋଲି ହାଇକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।

ସୂଚନା ଯୋଗ୍ୟ, କଟକ ସହରରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ ଦାୟାଲ ମାମଲାର ଶୁଣାଣି କରି ମୂର୍ତ୍ତିର ଉଚ୍ଚତା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କୁ ନିର୍ଦେଶ ଦେଇଥିଲେ। ପୂର୍ବରୁ ପୁଲିସ କମିଶନର ସହରର ୯ଟି ପୂଜା ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବା ନିମନ୍ତେ ସରକାର ମାର୍ଗଦର୍ଶୀକା ଜାରି କରିଥିଲେ । ତେବେ ପରମ୍ପର ଥିବାରୁ କେତେକ ପୂଜା କମିଟି ୪ ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବା ସହ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Show More

Related Articles

Back to top button