
ଭାରତକୁ ଝଟକା । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ । କିନ୍ତୁ ଏଥିରେ ବାଦ୍ ପଡିଛନ୍ତି ଦଳର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ଶାମି । କାରଣ ସେ ବର୍ତ୍ତମାନ କରୋନା ପଜିଟିଭ । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଏହି ସିରିଜ ଖେଳିବେ ନାହିଁ । ଯାହାକି ବର୍ତ୍ତମାନ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ଅଟେ ।
ତେଣୁ ଭାରତୀୟ ଟି-୨୦ ସ୍କ୍ୱାଡରେ ଶାମିଙ୍କ ବଦଳରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। ଦୀର୍ଘ ୩ ବର୍ଷ ପରେ ଉମେଶ ଯାଦବ ଭାରତୀୟ ଟି-୨୦ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ସେ ବେଙ୍ଗାଲୁରୁ ସ୍ଥିତି ଏନସିଏରେ ରିହାବ ପ୍ରକ୍ରିୟାରେ ରହିଛନ୍ତି। କିଛି ଦିନ ତଳେ ସେ ଇଂଲିଶ କାଉଣ୍ଟୀ ମ୍ୟାଚ ବେଳେ ଆହତ ହୋଇଥିଲେ। ୨୦୧୯ ଫେବୃଆରୀରେ ଉମେଶ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ହିଁ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏବେ ସେହି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ତାଙ୍କୁ ବଦଳ ଖେଳାଳି ଭାବେ ଡକରା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଶାମି କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ଲକ୍ଷଣ ଦେଖାଯାଉଛି କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ସେ ଅଷ୍ଟ୍ରେଲିଆ ସିରିଜ୍ରୁ ବାଦ ପଡ଼ିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିପାରନ୍ତି। କିନ୍ତୁ ଏହା ପୂର୍ବରୁ ବିସିସିଆଇର ମେଡିକାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବ। ଏହାପରେ ସେ ମ୍ୟାଚ୍ ଖେଳିବାକୁ ଫିଟ ଥିବା ଜଣାପଡ଼ିବା ପରେ ତାଙ୍କୁ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।