ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ୪୨ ନଂ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗ ପାଣି ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୮ ବେଳେ ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗଙ୍ଗ ପାଣିଙ୍କୁ କିଛି ଦୁର୍ବୃତ୍ତ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗଙ୍ଗ ପାଣିଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି l ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l ଗଙ୍ଗ ପାଣି ଗତକାଲି ସନ୍ଧ୍ୟାରେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟରୁ ବାଇକ ଯୋଗେ ବାହାରି କୌଣସି କାମରେ ତାଳସାକର ଯାଉଥିବା ବେଳେ ବୁରୁଝୋଳା ଛକ ନିକଟରେ ଦୁଇରୁ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ l ଗଙ୍ଗ ପାଣିଙ୍କୁ ଆକ୍ରମଣର କାରଣ ଜଣା ପଡ଼ି ନଥିବା ବେଳେ ବୁଗୁଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Show More

Related Articles

Back to top button