ଲେହ : ଭୂକମ୍ପ ଝଟକାରେ ଥରିଲା ଲେହ। ଆଜି ସକାଳେ ଲେହର ଅଲଚୀ ଗାଁରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୧୯ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ,ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଏନସିଏସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଲେହର ଅଲଚୀ ରୁ ୧୮୯ କିମି ଉତ୍ତରରେ ୪.୮ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିମି ଗଭୀର ବୋଲି ସୂଚନାମିଳିଛି। ଏହାସହ ଏକ ସପ୍ତାହ ପୂର୍ବରୁ ଜମ୍ମୁ-କଶ୍ମୀରର କଟ୍ରା ରୁ ୬୨ କିମି ପୂର୍ବ-ଉତ୍ତର-ପୂର୍ବରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା।
Related Articles
Check Also
Close