ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଅସହ୍ୟ ହେଲା ଋଣ ବୋଝ, ବିଷ ପିଇ ଜୀବନ ହାରିଲେ ଚାଷୀ

କାମାକ୍ଷାନଗର : ସହିପାରିଲେନି ଅସହ୍ୟ ହେଲା ଋଣ ବୋଝ। ଶେଷରେ ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ। ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେଇପୁର ଗାଁରେ। ୫୮ ବର୍ଷୀୟ ଜଗନ୍ନାଥ ମହାପାତ୍ର ଜଣେ ଭାଗ ଚାଷୀ ଭାବେ କାମ କରୁଥିଲେ। ଅନ୍ୟର ଜମିରେ କାମ କରି ସେ ନିଜ ପରିବାର ପୋଷନ୍ତି। ଘରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ସହ ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କ ପରିବାର। ହେଲେ ତିନିରୁ ୪ ବର୍ଷ ପୂର୍ବେ ଜଗନ୍ନାଥଙ୍କ ବ୍ରେନ ହାମ୍‌ରେଜ୍‌ ହୋଇଥିଲା। ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ୟାଙ୍କ ଋଣ ଓ ହାତ ଉଧାରି କରଜ କରି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାମୀକୁ ଭଲ କରିଥିଲେ। ତେବେ ଭଲ ହେବା ପରେ ଏହି ଋଣ ଭାର ଆଉ ସମ୍ଭାଳି ପାରିନଥିଲେ। ବୁଧବାର ସକାଳେ ଚାଷୀ ଜଣକ କୀଟନାଶକ ପିଇ ଦେଇଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଭୁବନ ଥାନାରେ ଅଭିଯୋଗ ପରେ ମେଡିକାଲରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରବା ସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button