
ସିକନ୍ଦରାବାଦ: ଇଲେକ୍ଟ୍ରିବାଇକ୍ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସିକନ୍ଦରାବାଦ ରେଲୱେ ଷ୍ଟେସନସ୍ଥିତ ଏକ ଇଲେକ୍ଟ୍ରି ବାଇକ୍ ଶୋ’ ରୁମ୍ରେ ଗତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ବାଇକ୍ ଶୋ’ ରୁମ୍ ଉପରେ ଏକ ଲଜ୍ ଥିବାରୁ ସେଠାରେ ବହୁ ଲୋକ ଫସି ରହିଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଜାରି ରହିଛି। ପୁଲିସ କହିବା ଅନୁସାରେ, ଗତକାଲି ରାତିରେ ବାଇକ୍ ଶୋ’ ରୁମ୍ରେ ଇଲେକ୍ଟ୍ରି ସ୍କୁଟର ଚାର୍ଜ କରାଯାଉଥିଲା । ରାତି ୧୦ଟା ପରେ ତାହା ହଠାତ୍ ଜଳିବାକୁ ଆରମ୍ଭ କଲା। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି। ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ତାହା ପ୍ରଥମ ଓ ଦ୍ୱିତୀୟ ମହଲାକୁ ମଧ୍ୟ ବ୍ୟାପି ଥିଲା। ଏହାଦେଖି ଉକ୍ତ ବିଲ୍ଡିଂର ଉପର ମହଲରେ ଫସି ରହିଥିବା ବହୁ ଲୋକ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି। ଏହାପରେ ବି ବହୁ ଲୋକ ସେଠାରେ ଫସି ରହିଥିବା ସୂଚନାମିଳିଛି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଘଟଣାସ୍ଥଳରୁ ୮ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି ଚାରିଆଡ଼େ ଧୂଆଁମୟ ହୋଇଥିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି। ନିଆଁରେ ଫସି କିଛି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକଙ୍କୁ ଲଜରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାଟି କିପରି ଘଟିଲା ତାହାର ଅନୁସନ୍ଧାନ ହେଉଛି ବୋଲି ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ଅଲି ସୂଚନା ଦେଇଛନ୍ତି। ଏନେଇ ଉତ୍ତର ଜୋନ୍ ହାଇଦ୍ରାବାଦର ଅତିରିକ୍ତ ଡିସିପି କହିଛି, ‘ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।