
ଖୁବଶୀଘ୍ର ଲିଟର ପିଛା ୩ଟଙ୍କା ହ୍ରାସ ହୋଇପାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୭ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବାବେଳେ ଅଶୋଧିତ ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୯୨ଟଙ୍କା ରହିଛି । ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦିନରେ ମୂଲ୍ୟରେ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି ।
ଉପସଭାପତି (କମୋଡିଟି ଆଣ୍ଡ ମୁଦ୍ରା), ଆଇଆଇଏଫଏଲ୍ ସିକ୍ୟୁରିଟି ଅନୁଜ ଗୁପ୍ତାଙ୍କ ଅନୁଯାୟୀ , ଫେବୃଆରୀରେ ଅଶୋଧିତ ତୈଳ ବ୍ୟାରେଲ ପାଖାପାଖି ୯୦ ଡଲାର ଥିଲା, ଯାହା ଜୁନରେ ବ୍ୟାରେଲ ପିଛା ୧୨୫ ଡଲାରରେ ପହଞ୍ଚିଥିଲା । ଆଗାମୀ ଦିନରେ ଅଶୋଧିତ ବ୍ୟାରେଲ ପିଛା ୮୫ ଡଲାରକୁ ଆସିପାରେ । ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ରୁ ୩ ଟଙ୍କା ହ୍ରାସ ହୋଇପାରେ ।