Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର
ଆରଆରବି ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର: ରେଳପଥ ନିଯୁକ୍ତି ବୋର୍ଡ ଅର୍ଥାତ୍ (ଆରଆରବି) ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନଙ୍କ ସୁବିଧା ନିମନ୍ତେ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଯୋଜନା କରାଯାଇଛି ।
ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ :
୦୮୦୪୬/୦୮୦୪୫ ହଟିଆ-କଟକ-ହଟିଆ ପରୀକ୍ଷା ସ୍ପେଶାଲ୍ ହଟିଆରୁ ୨୨ ଏବଂ ୨୪ ଅଗଷ୍ଟ ୨୦୨୨ ଦିନ ଅପରାହ୍ନ ୪ଘ. ୫୦ମିନିଟରେ ଛାଡ଼ିବାକୁ ଥିବା ବେଳେ ଫେରିବା ମାର୍ଗରେ ଏହା କଟକ ଠାରୁ ୨୩ ଓ ୨୫ ଅଗଷ୍ଟ ୨୦୨୨ ଦିନ ରାତ୍ର ୯ଘ. ୪୦ମିନିଟରେ ଛାଡ଼ି ହଟିଆ ଯାତ୍ରା କରିବ । ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନ ମାନଙ୍କରେ ରହଣି କରିବ ।