
ଏକ ନୂତନ ଶୈଳୀରେ ‘ଜନ ଗଣ ମନ’ ଏବଂ ‘ଓମ୍ ଜୟ ଜଗଦୀଶ ହରେ’ ଗାଇଥିବା ଆମେରିକାର ପ୍ରସିଦ୍ଧ ଗାୟିକା ମେରି ମିଲବେନ ଭାରତ ଆସିବେ। ସ୍ୱାଧୀନତା ଦିବସ ପାଳନ ସମୟରେ ସେ ଭାରତରେ ଉପସ୍ଥିତ ରହିବେ। ଆମେରିକୀୟ ଗାୟିକା ମିଲବେନଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଆମେରିକୀୟ ଗାୟିକା ମିଲବେନଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତ ଯିବା ପୂର୍ବରୁ ମିଲବେନ ଏକ ବିବୃତ୍ତିରେ କହିଛନ୍ତି, ‘୧୯୫୯ ମସିହାରେ ଭାରତ ଗସ୍ତ କରିଥିବା ଡକ୍ଟର ମାର୍ଟିନ ଲୁଥର୍ କିଙ୍ଗ ଜୁନିୟରଙ୍କ ପଦାଙ୍କ ଅନୁସରଣ କରି ମୋତେ ଭାରତର ୭୫ ତମ ସ୍ୱାଧୀନତା ଦିବସ ଉତ୍ସବରେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ଆମେରିକାର ପ୍ରତିନିଧିତ୍ୱ କରିବାର ସୁଯୋଗ ରହିଛି। ସେ କହିଛନ୍ତି, ମୁଁ ଏହି ବିଶେଷ ଉତ୍ସବରେ ଆମେରିକା ଏବଂ ଭାରତର ଗଣତାନ୍ତ୍ରିକ ମେଣ୍ଟକୁ ଆହୁରି ସୁଦୃଢ଼ କରିବାକୁ ଅପେକ୍ଷା କରିଛି। ପତାକାକୁ ସମ୍ମାନ ଦେବା ସହ ଦେଶକୁ ବି ସମ୍ମାନ କରେ। ଏକ ବିଶେଷ ଦିନ, ଏକ ସ୍ୱତନ୍ତ୍ର ଭୂମି ପାଇଁ ଏବଂ ଲୋକମାନଙ୍କ ପାଇଁ ମୋର ସମ୍ମାନ ରହିଛି।