କିଏ ହେବେ ଭାରତର ଆଗାମୀ ମୁଖ୍ୟ ବିଚାରପତି,ସୁପାରିଶରେ ରହିଛି କାହାର ନାମ

କିଏ ହେବେ ଭାରତର ଆଗାମୀ ମୁଖ୍ୟ ବିଚାରପତି । ଏନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିବାବେଳେ କେନ୍ଦ୍ର ସରକାର ମୁଖ୍ୟ ବିଚାରପତି ଏନ ଭି ରମନାଙ୍କଠାରୁ ପରାମର୍ଶ ମାଗିଛନ୍ତି । ଜଷ୍ଟିସ ୟୁ ୟୁ ଲଳିତଙ୍କ ନାମ ସୁପାରିଶ କରିଛନ୍ତି । ତେବେ ଚଳିତ ମାସ ୨୬ ତାରିଖରେ ଭାରତର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି ।
ପରବର୍ତ୍ତି ମୁଖ୍ୟବିଚାରପତି କାହାକୁ କରାଯିବ ସେ ନେଇ ଚିଠିରେ ଉଲ୍ଲେଖ ରହିଥିବାବେଳେ ଆଜି ମୁଖ୍ୟ ବିଚାରପତି ଏନ ଭି ରମନା ଏହାର ଉତ୍ତର ପ୍ରଦାନ କରିଛନ୍ତି। ସେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି କିଏ ହେବେ ସେ ନେଇ ଉତ୍ତର ରଖିଛନ୍ତି। ରମଣାଙ୍କ ମତରେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି ୟୁ ୟୁ ଲଳିତଙ୍କୁ କରାଯାଉ। କାରଣ ସେ ହିଁ ହେଉଛନ୍ତି ପରବର୍ତ୍ତି ବରିଷ୍ଠ ବିଚାରପତି। ଫଳରେ ୟୁ ୟୁ ଲଳିତ ବା ଉଦୟ ଉମେଶ ଲଳିତ ପରବର୍ତ୍ତି ମୁଖ୍ୟ ବିଚାରପତି ହୋଇପାରନ୍ତି।
ଜଷ୍ଟିସ ୟୁ ୟୁ ଲଳିତ ବର୍ତମାନ ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନ.ଭି ରମନ୍ନା ଅବସର ନେବାର ଗୋଟିଏ ଦିନ ପରେ ଅର୍ଥାତ ଅଗଷ୍ଟ ୨୭ ତାରିଖରେ ପ୍ରଧାନବିଚାରପତି ଭାବେ ଶପଥ ନେଇ ପାରନ୍ତି ।