Breaking PLUSଭକ୍ତିମୁଖ୍ୟ ଖବର

ରାମ ମନ୍ଦିର ନିମନ୍ତେ ଆସିଥିବା ଦାନ ପ୍ରାୟ ୧୫ ହଜାରଟି ଚେକ୍ ବାଉନ୍ସ ହୋଇଯାଇଛି

ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିର ନିମନ୍ତେ ସମଗ୍ର ଦେଶରୁ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି। ହେଲେ ଏବେ ଶୁଣିବାକୁ ମିଳୁଛି, ଟ୍ରଷ୍ଟ ନିକଟକୁ ଆସିଥିବା ପ୍ରାୟ ୧୫ ହଜାରଟି ଚେକ୍‌ ବାଉନ୍ସ ହୋଇ ଯାଇଛି। ଏହି ଚେକ୍‌ରେ ଥିବା ଧନରାଶିର ମୂଲ୍ୟ ପ୍ରାୟ ୨୨ କୋଟି ଟଙ୍କାରୁ ଅଧିକ ହେବ । ବାଉନ୍ସ ହେବା କାରଣରୁ ଏହା ଆକାଉଣ୍ଟକୁ ଆସି ପାରି ନ ଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଉଛି। ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଜାରି ସୂଚନା ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏ ପର୍ଯ୍ୟନ୍ତ ୩୪୦୦ କୋଟି ଟଙ୍କା ଦାନ ସୂତ୍ରରେ ମିଳି ସାରିଲାଣି। । ଅଯୋଧ୍ୟାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟାଳୟ ପ୍ରବନ୍ଧକ ପ୍ରକାଶ ଗୁପ୍ତାଙ୍କ କହିବା ମୁତାବକ, ଏପରି ଚେକ୍‌କୁ ଅଲଗା କରିବା ପାଇଁ ଏକ ଅଲଗା ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ବାଉନ୍ସ ହେଉଥିବା ଚେକ୍‌ ସମ୍ପର୍କରେ ଆମେ ସଠିକ୍‌ ସୂଚନା ପାଇପାରିବା। ଚେକ୍‌ରେ ରହି ଯାଉଥିବା ତ୍ରୁଟି, ତାଳମେଳ ରହୁ ନ ଥିବା ହସ୍ତାକ୍ଷର, କିମ୍ବା ଅନ୍ୟ ତ୍ରୁଟି ଯୋଗୁ ଏହା ବାଉନ୍ସ ହେଉଛି। ଛୋଟ ତ୍ରୁଟି ଯୋଗୁ ବାଉନ୍ସ ହେଉଥିବା ଚେକ୍‌କୁ ପୁଣି ଥରେ ବ୍ୟାଙ୍କରେ ଡିପୋଜିଟ କରାଯିବ। ଏଥିସହ ଆକାଉଣ୍ଟରେ ଆବଶ୍ୟକ ପରିମାଣର ଅର୍ଥ ରାଶି ନ ଥିବା ବି ଚେକ୍‌ ବାଉନ୍ସ ହେବାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ପାଇଁ ଲକ୍ଷେ ଟଙ୍କାରୁ ୫ ଲକ୍ଷ ପର୍ଯ୍ୟନ୍ତ ଦାନ ଦେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧, ୬୬୩ ରହିଛି।

Show More

Related Articles

Back to top button