
ବଢ଼ିଲା ଇ-ସ୍କୁଟର ଦାମ। ଈଲେକ୍ଟ୍ରିକ୍ ସ୍କୁଟର ନିର୍ମାତା କମ୍ପାନୀ ଓଲା ନିଜ ସ୍କୁଟର ମୂଲ୍ୟରେ ବୃଦ୍ଧି କରିଛି। S1 proର ମୂଲ୍ୟରେ ୧୦ ହଜାର ଟଙ୍କା ବୃଦ୍ଧି ହୋଇଛି। ଫଳରେ ଏହି ମଡେଲ୍ର ଏକ୍ସ ଶୋ ରୁମ ମୂଲ୍ୟ ୧.୪୦ ଲକ୍ଷ ଟଙ୍କା ହୋଇଯାଇଛି। ଓଲା ସ୍କୁଟର ଥାର୍ଡ ପର୍ଚେଜ୍ ୱିଣ୍ଡୋ ଖୋଲିବା ପରେ ସ୍କୁଟର ମୂଲ୍ୟରେ ବୃଦ୍ଧି ହୋଇଥିବା ଜଣାପଡିଥିଲା। ସୂଚନା ଅନୁସାରେ, ୨୦୨୧ରେ S1 proକୁ ୧.୩୦ ଲକ୍ଷ ଟଙ୍କାରେ ଲଞ୍ଚ କରାଯାଇଥିଲା। ହେଲେ ପ୍ରଥମ ଥର ପାଇଁ କମ୍ପାନୀ ପ୍ରୋ ମଡେଲ୍ର ଟଙ୍କା ବୃଦ୍ଧି କରିଛି। ବର୍ତ୍ତମାନ ଏହାର ମୂଲ୍ୟ ୧.୪୦ ଲକ୍ଷ ଟଙ୍କା ହୋଇଯାଇଛି। ଏହି ସ୍କୁଟର ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାକୁ ଲାଗିଛି। କମ୍ପାନୀ ଏହା ଟେଷ୍ଟ ଡ୍ରାଇଭିଂ ବି ଜାରି ରଖିଛି।
S1 proର ମାଇଲେଜ୍ ୧୮୫ କିମି ବୋଲି ARAI କହୁଥିବା ବେଳେ ଏହାର ରେଞ୍ଜ ୧୩୧ କିମି ଦେଖାଉଛି। ଅନ୍ୟପଟେ କମ୍ପାନୀ ସ୍କୁଟର ଟପ୍ ସ୍ପିଡ୍ ୧୧୫ ବୋଲି ଦାବି କରୁଛି। ତା ସହିତ ମାତ୍ର ୩ ସେକେଣ୍ଡରେ ସ୍କୁଟରେ ୦-୧୦୦ କିମି ବେଗ ଧରୁଛି। ଓଲା S1 pro ସ୍କୁଟରେ ୩.୯୭/kWh ବ୍ୟାଟେରୀ ରହିଛି। ଯାହା ଛାର୍ଜ ହେବାକୁ ୬.୩୦ ଘଣ୍ଟା ସମୟ ଲାଗିଥାଏ। ତା ସହିତ ଚୋରି ନହେବା ପାଇଁ S1 pro ଆଣ୍ଟିଥେପ୍ଟ ଆଲର୍ମ, ୭ ଇଞ୍ଚର ଟଚ୍ସ୍କ୍ରିନ, ଡିଜିଟାଲ୍ ସ୍ପିଡୋମିଟର, ରିମୋଟ ପୁଶ ଷ୍ଟାର୍ଟ/ ଷ୍ଟାପ ବଟନ, ୩୬ ଲିଟର ଷ୍ଟୋରେଜ୍ କପାସିଟି ଆଦି ସୁବିଧା ମିଳୁଛି।